ସୋହେଲା ପଞ୍ଚାୟତ ସମିତିର ନୂତନ ସଭାଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତିର ନବ ନିର୍ମିତ ସଭା ଗୃହ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାଗୃହରେ ସମିତିର ୯ମ ଏବଂ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ କର ଓ ସମସ୍ତ ସମତି ସଭ୍ୟ ସଭ୍ୟା, ସରପଞ୍ଚ ଏବଂ ବ୍ଲକ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × five =