oom

ମର୍ମନ୍ତୁଦ ଦୁର୍ଘଟଣା : ବାଇକ ଚାଳକ ମୄତ

jsmm

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଣସିଂହ ପାଟରାଣୀ ମନ୍ଦିର ନିକଟରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୄତ ବ୍ୟକ୍ତି ଜଣଙ୍କ ଆତିଣ୍ଡା ଗ୍ରାମର ବୈରାଗୀ ବେହେରାଙ୍କ ପୁଅ ବଳରାମ ବେହେରା(୩୧) । ସୂଚନା ଅନୁଯାୟୀ ବଳରାମ ଆଜି ନିଜ ଆପାଚି ବାଇକ (ଓଡି ୦୫ଜ୫୮୭୨) ଯୋଗେ ବାଟକାଟେଣୀ ନିଜ ଶଶୁର ଘରୁ ଘର ଆତିଣ୍ଡା ଫେରୁଥିବା ସମୟରେ ବଣସିଂହ ପାଟରାଣୀ ମନ୍ଦିର ନିକଟରେ ଥିବା ଏକ ପୋଲ ପାଖରେ ଭାରସାମ୍ୟ ହରାଇ ନିଜ ବାଇକ ମାଡ କରିଥିଲେ, ଯାହା ଫଳରେ ବାଇକ ସହ ସେ ନିଜେ ଏକ ବିଲରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଭାବରେ ଉଦ୍‌ଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଥିବା ଅବସ୍ଥାରେ ତାଙ୍କର ମୄତ୍ୟୁ ଘଟିଥିବାର ସୂଚନା ମିଳିଛି ।

jittmm
Leave A Reply

Your email address will not be published.