ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ ଢେଙ୍କାନାଳ ଗେଙ୍ଗୁଠିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱନି ବରାଳଙ୍କ ସଭାପତିତ୍ୱରେ ସଭାକର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି କୁକୁଡ଼ା ଫାର୍ମ ମାଲିକ ସଂଘ ରାଜ୍ୟ ଆବାହକ ନୀଳାଚଳ ପରିଡା ଯୋଗଦେଇଥିଲେ । ମୁଖ୍ୟଅତିଥି ବକ୍ତବ୍ୟରେ କହିଥିଲେ ସାମ୍ପ୍ରତିକ ସ୍ଥିତିରେ କୁକୁଡ଼ା ଫାର୍ମ ମାଲିକମାନେ ଏଗ୍ରିମେଣ୍ଟରେ କୁକୁଡ଼ା ଚାଷ କରୁଥିବା କମ୍ପାନୀମାନେ କୁକୁଡ଼ା ମାଲିକମାନଙ୍କୁ ପ୍ରାପ୍ୟ ଠିକ୍‌ରେ ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିବା ସହିତ ସରକାର ସମସ୍ତ କୁକୁଡ଼ା ଫାର୍ମ ମାଲିକମାନଙ୍କୁ ଚିହ୍ନଟ କରି ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେବେ ତା’ଉପରେ ଆଲୋଚନା କରିଥିଲେ । ରାଜ୍ୟରେ ୧୭ଟି ସାଙ୍ଗଠାନିକ ଜିଲ୍ଲା ମଧ୍ୟରୁ ଆଜି ଢେଙ୍କାନାଳ ଜିଲ୍ଲାର କୁକୁଡ଼ା ଫାର୍ମ ମାଲିକମାନଙ୍କ ସାଙ୍ଗଠାନିକ ଉପରେ ଆଲୋଚନା କରାଯାଇ ଜିଲ୍ଲାର ୮ଟି ବ୍ଲକର କୋଡ଼ିନେଟର ଚୟନ କରାଯାଇଥିଲା । ଆଗକୁ କୁକୁଡ଼ା ମାଲିକମାନେ ଏକଜୁଟ ହେଇ ନିଜର ପ୍ରାପ୍ୟ ପାଇଁ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ଥିବା ମାଲିକ ମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ମିଶ୍ର, ବିକାଶ ନାଥ, ନରେନ୍ଦ୍ର ଖଟୁଆଙ୍କ ସହିତ ୩୦୦ରୁ ଅଧିକ କୁକୁଡ଼ା ମାଲିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.