ଋଣ ସଂଯୋଗୀକରଣରେ ୮ କୋଟି ୩୮ ଲକ୍ଷ ଋଣ ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପରେ ଲିଡ଼ ବ୍ୟାଙ୍କ ବରଗଡ଼ର ଆୟୋଜନ କ୍ରମେ ଋଣ ସଂଯୋଗୀକରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଲଡିଏମ୍‌ ସୀତାରାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଋଣର ସୁବିନିଯୋଗ କରିବା ପାଇଁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବିଡିଓ ବିଶ୍ୱନାଥ ସାହୁ, ଡିପିଏମ୍‌ ଶଙ୍କର ଚାଳନ, ଜିଏମ୍‌ଡିଆଇସି ଲକ୍ଷ୍ମୀଧର ସୁରେନ, ଉପନିର୍ଦ୍ଦେଶକ ଟେକ୍ସଟାଇଲ ଏସ୍‌ଏନ୍‌ ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଚୟନ ହୋଇଥିବା ୧୫୯ ଜଣ ହିତାଧିକାରୀଙ୍କୁ ସମୁଦାୟ ୮ କୋଟି ୩୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ଟ୍ରାକ୍ଟର, ହାରଭେସ୍ଟର, ବଳରାମ ଭଳି ଋଣ ପ୍ରଦାନ କରାଯାଇଛି । ଅତାବିରା ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.