ls

ଗତ ୨୪ ଘଂଟାରେ ୫୮୫ ନୂଆ ଆକ୍ରାନ୍ତ ଚିହ୍ନଟ

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୬ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୦୯ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୩୮, ବରଗଡ଼ରୁ ୨, ଭଦ୍ରକରୁ ୭, ବଲାଙ୍ଗିରରୁ ୬, କଟକରୁ ୬୭, ଦେବଗଡରୁ ୩, ଢେଙ୍କାନାଳରୁ ୫, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୬, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୨, କେଉଁଝରରୁ ୭, କୋରାପୁଟରୁ ୪, ଖୋର୍ଦ୍ଧାରୁ ୨୦୬, ମାଲକାନଗିରିରୁ ୩, ମୟୁରଭଂଜରୁ ୨୫, ନୟାଗଡରୁ ୪, ନୂଆପଡାରୁ ୧, ପୁରୀରୁ ୨୨, ରାୟଗଡାରୁ ୨, ସମ୍ବଲପୁରରୁ ୧୯, ସୋନପୁରରୁ ୧, ସୁନ୍ଦରଗଡରୁ ୧୩ ଓ ଷ୍ଟେଟ ପୁଲ୍‌ରୁ ୪୭ ଚିହ୍ନଟ ହୋଇଛନ୍ତି ।

pc pk
Leave A Reply

Your email address will not be published.