csstore

ଡେଲାଙ୍ଗରେ ବିଜେପିର ଜୋରଦାର ପ୍ରଚାର : କେନ୍ଦ୍ରମନ୍ତ୍ରୀଙ୍କ ରୋଡଶୋରେ ବିପୁଳ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ପ୍ରଚାର ଆଉ ଦୁଇ ଦିନ ବାକିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡଶୋ କରି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲି-ଡେଲାଙ୍ଗରେ ଭୋଟ ପ୍ରଚାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ପାର୍ଥୀ ଆଶ୍ରିତ ପଟ୍ଟନାୟକ, ବିଧାୟକ ଜୟନ୍ତ ଷଡଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର ବେଳେ ବିଜେପି କର୍ମୀ, ସମର୍ଥକ ଓ ଜନସାଧାରଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.