csstore

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ଭାରତ ବନ୍ଦ ଡାକରା ନେଇ ସଇଁନ୍ତଲା କଂଗ୍ରେସ କାର୍ଯ୍ୟାଳୟରେ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମୋଦି ସରକାରଙ୍କ କୃଷି ଓ ଶ୍ରମିକ ବିରୋଧ ନୀତି ତଥା ଜାତୀୟ ସମ୍ପତ୍ତିର ଘରେଇ କରଣକୁ ବିରୋଧ କରିବା ସହିତ ୩ଟି କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ ଭାରତ ବର୍ଷର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ସୋମବାର ଦିନ ଭାରତ ବନ୍ଦ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ଉପସ୍ଥିତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୃଷକ ମହା ସଂଘର ସଭାପତି ଜତି ପଧାନ, କୃଷକ କଲ୍ୟାଣ ସଂଘର ସଭାପତି ଆକାଶ ମିଶ୍ର, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ବେଲଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ, ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.