ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ଚାଷୀମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି । କେତେ ବେଳେ ବର୍ଷା ନାହିଁ ତ କେତେବେଳେ ବର୍ଷା ବହୁତ । କିନ୍ତୁ ଚଳିତ ବର୍ଷ ଠିକ୍ ଭାବରେ ବର୍ଷା ହୋଇଥିଲେ ହେଁ ଧାନକୁ ନୂଆ ନୂଆ ରୋଗର ଶିକାର ହେବାକୁ ପଡୁଛି । ତେବେ କେତେ ଟଙ୍କା ଖର୍ଚ୍ଚ କରିବ ଚାଷୀ, ଏପଟେ ଫସଲ ବୀମା ଟଙ୍କାକୁ ଅପେକ୍ଷା କରି ଶେଷରେ ନିରାଶ ହୋଇପଡିଛି ଚାଷୀଙ୍ଙ୍କୁ । ତେଣୁ ଧାନ ଗଛରେ ରୋଗ ହୋଇଥିବା ଯୋଗୁଁ ହାତରେ ଯାହା ଥିଲା ସବୁ ଖର୍ଚ୍ଚ କରି ସାରିଲାଣି । କିନ୍ତୁ ସରକାର ଯଦି କୀଟନାଶକ ଔଷଧ ବଣ୍ଟନ କରନେ୍ନ୍ତ ଚାଷୀକୁ କିଛି ସାହାଯ୍ୟ ହୋଇପାରନ୍ତା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । କିନ୍ତୁ ମୋବାଇଲରେ କେବଳ ଔଷଧର ନାମ କହି ଦିଆଯାଉଛି । ଏଠି ପ୍ରଶ୍ନ ଉଠୁଛି ଔଷଧର ନାମ ଜାଣି ଜଣେ ଚାଷୀ କ’ଣ କରିବ, ଯଦି ତା ପାଖରେ ଟଙ୍କା ନ ଥାଏ ।
ସୁଚନା ଏହି କି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଅନ୍ୟପଟେ କୃଷି ବିଭାଗର ଏଥିପ୍ରତି ଦୃଷ୍ଟି ନଥିବା ଯୋଗୁଁ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି ଓ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ଉଚିତ ସମୟରେ ସାର ନମିଳିବାରୁ ସଇଁନ୍ତଲା ଅଞ୍ଚଳରେ ଅନେକ ଚାଷୀଙ୍କ ଧାନ ପତ୍ର ଗୁଡ଼ିକ ଲାଲ ପଡି ଯାଉଥିବା ବେଳେ ଚିନ୍ତାରେ ମେରୁଦଣ୍ଡ ଭାଙ୍ଗି ଯାଇଛି ଚାଷୀଙ୍କ । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବୀ ହେଉଛି ।