ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୩୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ୩୮ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୩, ୩ରୁ ୨, ୪ରୁ ୧, ୫ରୁ ୧, ୬ରୁ ୨, ୮ରୁ ୧, ୯ରୁ ୨, ୧୧ରୁ ୧, ୧୨ରୁ ୧, ୧୪ରୁ ୩, ୧୮ରୁ ୨, ୧୮ରୁ ୧୨, ୧୯ରୁ ୧, ୨୦ରୁ ୫ ଏବଂ ୨୧ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଆଗଲପୁର ଗ୍ରା.ପ.ରୁ ୧, ରୋତ ଗ୍ରା.ପ.ରୁ ୧, ବେଲପଡ଼ା ବ୍ଳକ୍‌ ମଣ୍ଡଲ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ଭୁତିଆର୍‌ବାହାଲ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଗାଇବାହାଲ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ମାଢେ଼କେଲା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଭଇଁସା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ସରଗାଡ଼ ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ୍‌ ଭାଲେର ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଗ୍ରା.ପ.ରୁ ୧ ତୁରେକେଲା ବ୍ଲକ୍‌ ଝରନି ଗ୍ରା.ପ.ରୁ ୧ ଏବଂ ତୁରେକେଲା ଗ୍ରା.ପ.ରୁ ୨, ପାଟଣାଗଡ଼ ଏନ୍‌ଏସସି ୱାର୍ଡ ନଂ.୩ରୁ ୧, ୮ରୁ ୧, ୯ରୁ ୧, ୧୧ରୁ ୧, ଓ ୧୫ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୩ରୁ ୧ ଓ ୪ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ୧, ୫ରୁ ୨, ୮ରୁ ୧ ଓ ୯ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜିର ଆକ୍ରାନ୍ତ ତାଲିକାରେ ସୋନପୁର ଜିଲ୍ଲାର ୩ ଜଣ ସଂକ୍ରମିତଙ୍କ ନାମ ସାମିଲ୍‌ ହୋଇଛି ।

Leave A Reply

Your email address will not be published.