ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୧୦୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୨୪୮୦କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୦, ବାଲେଶ୍ୱରରୁ ୭୭, ବରଗଡ଼ରୁ ୧୧, ଭଦ୍ରକରୁ ୨୧, ବଲାଙ୍ଗିରରୁ ୭, କଟକରୁ ୯୨, ଦେବଗଡ଼ରୁ ୧, ଢେ଼ଙ୍କାନାଳରୁ ୯, ଗଜପତିରୁ ୪, ଗଂଜାମରୁ ୫, ଜଗତସିଂହପୁରରୁ ୫୮, ଯାଜପୁରରୁ ୬୮, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୩୬, କେଉଁଝରରୁ ୧୩, ଖୋର୍ଦ୍ଧାରୁ ୩୮୯, କୋରାପୁଟରୁ ୭, ମାଲକାନଗିରିରୁ ୪, ମୟୁରଭଂଜରୁ ୩୨, ନୟାଗଡ଼ରୁ ୨୯, ନୂଆପଡାରୁ ୨, ପୁରୀରୁ ୪୮, ରାୟଗଡ଼ାରୁ ୬, ସମ୍ବଲପୁରରୁ ୮, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୨୦ ଓ ଷ୍ଟେଟ ପୁଲ୍‌ରୁ ୮୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୯୮୫୮୨୭ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬୬୯୨୮ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.