jsm

ବିଜେଡିରେ ସାଂଗଠନିକ ବୈଠକରେ ଯୋଗଦେଲେ ଜୁନିୟର ମହାରଥୀ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନା କଟକଣା କୋହଳ ହୋଇଛି । କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ତେବେ ଏହି କଟକଣା କୋହଳ ଦେଖି ପିପିଲି ବିଧାନସଭା ଆସନ ପାଇଁ ସବୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରେଙ୍ଗଳ ଓ ସିଂହବ୍ରହ୍ମପୁର ପଂଚାୟତର ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ପଂଚାୟତ ବୈଠକକୁ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରାତପ ମହାରଥୀ ଯୋଗ ଦେଇଥିଲେ । ଡେଲାଙ୍ଗ ବ୍ଲକରେ ଆଗାମୀ ଦିନରେ ବିଜୁ ଜନତା ଦଳ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଯୋଜନାକୁ ନେଇ ପ୍ରତି ଗ୍ରାମ ଓ ୱାର୍ଡ ସ୍ତରରେ ସାଂଗଠନିକ ସ୍ଥିତିକୁ ମଜବୁତ କରିବ ସେ ସମ୍ପର୍କରେ ଏହି ବୈଠକରେ ବିଶେଷ ଆଲୋଚନା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସମ୍ପାଦକ ପ୍ରସନ୍ନ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ବରିଷ୍ଠ ରାଜନୈତିଜ୍ଞ ପରାମର୍ଶଦାତା କୁଞ୍ଜ ମୋହନ ଦାଶ, ଦୁବାସା ନିସଙ୍କ, ଉପାଧ୍ୟକ୍ଷ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ସୁଧାକର ମାର୍ଥା, ନେରନ୍ଦ୍ର ପ୍ରଧାନ, ରୋହିତ ପ୍ରଧାନ ଓ ସୁଦିପ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସିଂହବ୍ରହ୍ମପୁର ପଂଚାୟତରେ ଜୁନିୟର ମହାରଥିଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

yuvodaya
Leave A Reply

Your email address will not be published.