ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ

ଭୁବନେଶ୍ୱର : ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କରିଛନ୍‌ନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଏସ୍ ବିରଞ୍ଚି ସାହୁ ଗିରଫ ହୋଇଥିବା ବେଳେ ଚଢ଼ାଉ ସମୟରେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି । ଯାହା ତାଙ୍କ ପ୍ରକୃତ ଆୟଠାରୁ ୨୬୮ ପ୍ରତିଶତରୁ ଅଧିକ । ତେବେ ଜାମିନ ଆବେଦନ ଖାରଜ ପରେ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିରଞ୍ଚି ।

Leave A Reply

Your email address will not be published.