jsm

ଖଦ୍ୟୋତ ଅନୁଷ୍ଠାନର ପରିବେଶ ଉପରେ ଆଲୋଚନା ଚକ୍ର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ଏକ ବୈଠକ ତଥା ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାୟୁ ମଣ୍ଡଳରୁ ଅମ୍ଲଜାନର ସ୍ତର ଆସ୍ତେ ଆସ୍ତେ କମିବାକୁ ଲାଗୁଛି, ସେଥିପାଇଁ ଆମ ଦୈନନ୍ଦିନ ଜୀବନରେ ଆମେ ବହୁଳ ଭାବରେ ବ୍ୟବହାର କରୁଥିବା ଏ.ସି, ଫ୍ରିଜ ତଥା ବଡ କାରଖାନାରୁ ବାହାରୁଥିବା ଦୂଷିତ ବାୟୁ, ଅଟ୍ଟାଳିକା ତିଆରି ପାଇଁ ଜଙ୍ଗଲ ସଫା ଏମିତି ବହୁ ଜିନିଷ ଦାୟୀ । ଏଣୁ କମ୍‌ରେ ଜଣେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଏବଂ ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ଉପରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମୀନକେତନ ମାଝି, ପି.ପି. ଏକାଡେମିର ପୂର୍ବତନ ପ୍ରଧାନ ଶିକ୍ଷକ ଛାୟାକାନ୍ତ ସାହୁ, ପରିବେଶବିତ ନିଳମଣି ବିଶ୍ୱାଲ, ସମାଜସେବୀ ତଥା ଅନୁଷ୍ଠାର ଉପସଭାପତି ଆକୁଳ ବେହେରା ନିଜ ନିଜ ବକ୍ତବ୍ୟ ରଖି ଆଗକୁ ଔଷଧୀୟ ବୃକ୍ଷ ରୋପଣ ବିଭିନ୍ନ ଗ୍ରାମାଞ୍ଚଳରେ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଉକ୍ତ ସଭାରେ ଉମାକାନ୍ତ ନାଥ, ଜୟରାମ ପଣ୍ଡା, ରାମ ଶରଣ ବଗର୍ତ୍ତି, ହଳଧର ପାଣିଗ୍ରାହୀ, ପ୍ରବୋଧ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶେଷରେ ସହ-ସଂପାଦକ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.