ମେଦ ମିର୍ଦ୍ଧାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁର ସ୍ୱର୍ଗତ ଯୁଧିଷ୍ଠିର ମିର୍ଦ୍ଧାଙ୍କ ଧର୍ମପତ୍ନୀ ମେଦ ମିର୍ଦ୍ଧା(୭୫) ଗତ ରବିବାର ଦିନ ଇହଧାମ ତ୍ୟାଗ କରିଛନ୍ତି । ମେଦଙ୍କ ତିନି ପୁଅ, ତିନି ଝିଅ ଥିଲେ । ହେଲେ ତାଙ୍କ ମୃତ୍ୟୁ ସମୟରେ ବଡ ପୁଅ, ମଝିଆ ପୁଅ ସହ ବହୁ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ିଥିବା ବେଳେ ରବିବାର ତାଙ୍କର ବାସଭବନରେ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଜଣେ ଧର୍ମପରାୟଣା ମହିଳା ଥିଲେ । ଗାଁ ଶ୍ମଶାନରେ ରୀତିନୀତି ଅନୁସାରେ ଶବ ସତ୍କାର କରାଯାଇଥିଲା । ତାଙ୍କ ମଝିଆ ପୁଅ ଶ୍ରୀବତ୍ସ ମିର୍ଦ୍ଧା ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ପରିବାର ସ୍ଵଜନ, ବଗଡ଼ା ଅଞ୍ଚଳରେ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.