jsm

କିସ୍‌ର ଅଭିନବ ପ୍ରୟାସ : ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଶିକ୍ଷା ଓ ଖାଦ୍ୟ ସାମଗ୍ରୀ ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ଡୁଡୁକାଶିରା ଠାରେ କିସ୍ର ଛାତ୍ରଛାତ୍ରୀମାନଙ୍କୁ ଟି-ସାର୍ଟ, ଚୁଡା, ଚାଉଳ, ଚିନି, ବିସ୍କୁଟ, ସାବୁନ ଆଦି ବଣ୍ଟନ କରାଯାଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ ସାଇନ୍ସର ଛାତ୍ରଛାତ୍ରୀମାନଙ୍କ ପାଇଁ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଚତୁର୍ଥ ପର୍ଯ୍ୟାୟ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସେନିଟାଇଜର ସହିତ ଟି-ସାର୍ଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଟି-ସାର୍ଟ ଏବଂ ଶୁଖିଲା ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କିସ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ନୀରବିଚ୍ଛନ୍ନ ଶିକ୍ଷା ବ୍ୟବସ୍ଥା ପାଇଁ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଗ୍ରହଣ କରିଥିବା ଏହି ଅଭିନବ ପ୍ରୟାସକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ବାଗ ଉଚ୍ଚ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୁତାଣୁ ଜନିତ ଲକ୍ ଡାଉନ ଯୋଗୁଁ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିସ୍ ଆଦିବାସୀ ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନରତ ୩୦ହଜାର ଛାତ୍ରଛାତ୍ରୀ ମଧ୍ୟ କରୋନା ଅତଙ୍କ ଯୋଗୁଁ ନିଜ ନିଜ ଗାଁରେ ରହୁଛନ୍ତି । କିସ୍ ର ଏହି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠ ପଢା ଅବ୍ୟାହତ ରଖିବା ପାଇଁ କିସ୍ ଆଦିବାସୀ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ସାମନ୍ତ ଛାତ୍ର ଛାତ୍ରୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ସେନିଟାଇଜର, ଚାଉଳ, ଚୁଡା, ବିସ୍କୁଟ, ଚିନି, ଶୁଖିଲା ଖାଦ୍ୟ ସାମଗ୍ରୀ, ଦ୍ୱିତୀୟ ପର୍ୟ୍ୟାୟରେ ପାଠ୍ୟ ପୁସ୍ତକ, ସୁଖିଲା ଖାଦ୍ୟ ସମଗ୍ରୀ, ସେନିଟାଇଜର, ତୃତୀୟ ପର୍ଯ୍ୟାୟରେ ଆଦର୍ଶ ପ୍ରଶ୍ନପତ୍ର, ଶୁଖିଲା ଖାଦ୍ୟ ସାମଗ୍ରୀ, ଝିଅମାନଙ୍କ ଡ୍ରେସ ଏବଂ ଚତୁର୍ଥ ପର୍ଯ୍ୟାୟରେ ଟି-ସାର୍ଟ ଶୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ ଇତ୍ୟାଦି ପଠାଇଥିବା ବେଳେ ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି , ଅନ୍‌ଲାଇନ ଓ ମୋବାଇଲ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖିଛନ୍ତି । କିସ୍ କିଟ୍ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଏଭଳିଆ ଅଭିନବ ପ୍ରୟାସକୁ ଆଦିବାସୀମାନେ ଖୁବ୍ ପ୍ରଶଂସା କରିବା ସହିତ ଡ. ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କିସ୍ ତରଫରୁ ପ୍ରଦତ୍ତ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ସଭାପତି ବ୍ରଜ କିଶୋର ସିଂଭୋଇ, ବ୍ଲକ କାର୍ଯ୍ୟକାରୀ ସଭାପତି ମୁରଲି ମଲ୍ଲିକ, ସଂପାଦକ ହରିବନ୍ଧୁ ଧରୁଆ, ଉପ-ସଭାପତି ଅଚ୍ୟୁତ ଧରୁଆ ପ୍ରମୁଖ ସହଯୋଗ କରିଛନ୍ତି ।

yuvodaya
Leave A Reply

Your email address will not be published.