ଜୟଶ୍ରୀ ମେହରଙ୍କୁ ମିଳିଲା ଆନ୍ତର୍ଜାତିକ ୟୁଥ ଆଇକନ୍ ଆୱାର୍ଡ୨୦୨୦

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ବନୁପାଲି ଗ୍ରାମର ଜୟଶ୍ରୀ ମେହରଙ୍କୁ ବିଶ୍ୱର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୂର୍ୟ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ଆନ୍ତର୍ଜାତିକ ୟୁଥ ଆଇକନ୍ ଆଓ୍ବାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ୩୫ଟି ଦେଶର ୧୦୦ ଜଣ କବି, ଗାଳ୍ପିକ ଓ ନାଟ୍ୟକାର ଅଂଶଗ୍ରହଣ କରିଥିଲେ । ଉକ୍ତ ୧୦୦ଜଣଙ୍କ ୩୫ଟି ଦେଶ ମଧ୍ୟରୁ କବିୟତ୍ରୀ ଜୟଶ୍ରୀ ମେହେର ୩୪ତମ ସ୍ଥାନ ଅଧିକାର କରି ଏହି ଆଓ୍ବାର୍ଡ ହାସଲ କରିଥିଲେ । ତାଙ୍କ କବିତା ମଧ୍ୟରେ ସମାଜର ବିଭିନ୍ନ ସମସ୍ୟା ଦେଖାଯିବା ସହ ରୋମାଣ୍ଟିକ କବିତା ଲେଖିଛନ୍ତି, ଯାହା ପାଠକ ମହଲରେ ବେଶ ପ୍ରଶଂସିତ । ତାଙ୍କ କବିତାରେ ଝରିପଡେ ନାରୀ ନିର୍ୟ୍ୟାତନା, ଶୋଷଣ ଓ ଅବହେଳିତ ମଣିଷର ଚିତ୍କାର । ତାଙ୍କର ଏହି ସଫଳତା ପରେ ପାଠକ ମହଲରେ ଖୁସି ଖେଳିବା ସହ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି । ସୂର୍ୟ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପ୍ରତିଷ୍ଠାତା ଓ ସମ୍ପାଦକ ମନୋଜ କୁମାର ପଣ୍ଡା, ଆଡଭାଇଜର ରୋହିଣୀ କୁମାର ବେହେରା ସମେତ ଏହାର ସଭାପତି ଭରତ ଚନ୍ଦ୍ର ଦାଶ , ସମ୍ପାଦକ ଦୀପକ କୁମାର ସ୍ୱାଇଁ ତଥା ଏହାର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସଫଳତାର ଶ୍ରେୟ ତାଙ୍କ ପିତାମାତାଙ୍କୁ ଦେବା ସହ ତାଙ୍କ ବଡ ଭାଇ ଓ ବଡ ଭଉଣୀଙ୍କୁ ଦେଇଛନ୍ତି । ଯାହାଙ୍କ ଆଶୀର୍ବାଦ ଓ ଉତ୍ସାହ ଆଜି ଏ ପର୍ୟ୍ୟନ୍ତ ପହଞ୍ଚାଇଛି । ଏଥି ସହ ଗୁରୁଜନ, ପାଠକ ପାଠିକା ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସୂର୍ୟ୍ୟୋଦୟ ସଂସ୍ଥାର ସମ୍ପାଦକ ମନୋଜ କୁମାର ପଣ୍ଡା ତାଙ୍କୁ ଆନ୍ତର୍ଜାତିକ କାର୍ୟ୍ୟକ୍ରମରେ ଦେଶ ତଥା ବିଦେଶରେ ପରିଚିତ କରାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମତ ଦେଇଛନ୍ତି ।

Leave A Reply

Your email address will not be published.