ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ

ବ୍ରହ୍ମପୁର : ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଗଞ୍ଜାମ ଓ ଗଜପତି ସୀମା ଗୌଡ଼ଗୋଠ ଗ୍ରାମରେ ଅବକାରୀ ଓ ପୋଲିସ ମିଳିତ ଚଡାଉ କରି ୧୩ ହଜାର ୩୩୦ଲିଟର ପୋଚ ନଷ୍ଟ କରିବା ସହ ୫ହଜାର ୨୮୦ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରି ଛଅ ମହିଳାଙ୍କ ସମେତ ନଅ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ସୋରଡା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବେଳେ ଡିଏସଇ ଗଞ୍ଜାମ ଅଭିରାମ ବେହେରା ତଦନ୍ତ କରୁଥିବା ଜଣାପଡିଛି । ଏହି ଚଡାଉ ସମୟରେ କୋଡିଏ ହଜାରରୁ ଅଧିକ ମଦ ଏବଂ ପୋଚ ଧରା ପଡିଛି । ଗୌଡ଼ଗୋଠ ଅଂଚଳରୁ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳକୁ ଚୋରା ମଦ ଆଣି ବିକ୍ରି କରିବାକୁ ବହୁତ ବ୍ୟବସାୟୀ ଆସୁଥିବା ପୂର୍ବରୁ ବାର ବାର ଅଭିଯୋଗ ହେଉଥିଲା । ଏହି ଚଡାଉ ପରେ ଚୋରା ମଦ ବ୍ୟବସାୟ କିଛି ମାତ୍ରାରେ କମିବା ଅଶା କରାଯାଉଛି । ଗଜପତି ଅବକାରୀ ଅଧିକ୍ଷକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ମଧ୍ୟ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.