ରୁଗୁଡିପଡା ଦୁର୍ଗାପୂଜା କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡିପଡା ଦୁର୍ଗାପୂଜା କାର୍ଯ୍ୟକାରୀ କମିଟି ବୈଠକ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଚେତନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ଚଳିତ ବର୍ଷ ଦୁର୍ଗାପୂଜା କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ନୀତିକାନ୍ତି ପାଳନ ନିମନ୍ତେ ତଥା ପରମ୍ପରା ରକ୍ଷାପାଇଁ ଦୁର୍ଗାପୂଜା ବନ୍ଦ କରାଯାଇ ପାରିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ତେଣୁ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗାପୂଜା ପାଳନ କରାଯିବାକୁ ବୈଠକରେ ସଦସ୍ୟମାନେ ମତ ରଖିଥିଲେ । ଏହି ବୈଠକରେ ସବଶ୍ରୀ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି ସଂଜିବ ଶତପଥି, ସହସମ୍ପାଦକ ଦେବବ୍ରତ ବଗର୍ତ୍ତୀ, ଟିଙ୍କୁ ବାଙ୍କ, କୋଷାଧ୍ୟକ୍ଷ ଦେବାଶିଷ ମହାକୁର, କାର୍ଯ୍ୟକାରୀ କମିଟି ସଦସ୍ୟ ଅଶୋକ କୁମାର ମହାନ୍ତି, ଲକ୍ଷ୍ମୀ ମହାରଣା, ଭାଗରଥି ମହାକୁର, ସଂଜୟ କୁମାର ପୂଜାରୀ, ସୁମନ୍ତ କୁମାର ଭୋଇ, ଅରୁଣ କୁମାର ନାଏକ, ହିମାଶୁଂ ଶେଖର ପାଢ଼ୀ, ନୟନ ମହାନ୍ତି, ବିଷ୍ଣୁଦତ୍ତ ହୋତା, ଶିବାନନ୍ଦ ବାଗ, ଚନ୍ଦ୍ରଚୁଡ ପଣ୍ଡା, ପ୍ରଦୀପ କୁମାର ପଟ୍ଟନାୟକ, ପଞ୍ଚଜନ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.