csstore

ହରିଶଙ୍କର ବନାଞ୍ଚଳରୁ ୬ ଓ ୮ ଫୁଟ ଲମ୍ବର ଦୁଇ ଅଜଗର ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା ଓ ୱ।ଲାଇଭ୍ ସ୍କ୍ୱାର୍ଡଙ୍କ ସହ ହରିଶଙ୍କରରୁ ଖପ୍ରାଖୋଲ ଫେରୁଥିବା ସମୟରେ ଏକ ୮ ଫୁଟ ଲମ୍ବର ଅଜଗର ହରିଶଙ୍କରଛକ ନିକଟରେ ଦେଖିବାକୁ ପାଇଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀକୁମୁରା ଓ ୱ।ଭାଇଭ୍ ସ୍କ୍ୱାର୍ଡଙ୍କ ସହ ଫରେଷ୍ଟର ଡିଲେଶ୍ଵର ହୋତା ମିଶି ଅଜଗରକୁ ଉଦ୍ଧାର କରି ଭେଲୁଆ ଖୋଲ ନିକଟସ୍ଥ ଢୁଟା ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି । ଠିକ୍‌ ସେହିପରି ଆଜି ହରିଶଙ୍କରରୁ ତୁର୍ଲା ଯିବା ରାସ୍ତାରେ ଏକ ୬ ଫୁଟର ଅଗଜର ଉଦ୍ଧାର କଲେ ହରିଶଙ୍କର ଫରେଷ୍ଟର ପ୍ରିୟ ବ୍ରତ ମହାକୁର । ଆଜି ଦିନ ପ୍ରାୟ ୪ ଘଣ୍ଟା ସମୟରେ ଜଙ୍ଗଲ ପରିଦର୍ଶନ କରି ଯାଉଥିବା ସମୟରେ ବାଟରେ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ଅଜଗରକୁ ଥିବା ଦେଖିବାକୁ ପାଇଥିଲେ । ଫରେଷ୍ଟର ଶ୍ରୀ ମହାକୁର ଅଜଗରକୁ ଉଦ୍ଧାର କରି ବହୁ କଷ୍ଟରେ ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼କୁ ଚଢି ଶିଖରରେ ଛାଡି ଦେଇଥିଲେ । ଏପରି ୧୪ ଥର ଅଜଗର ଉଦ୍ଧାର କରିଥିବା ଫରେଷ୍ଟର ଶ୍ରୀ ମହାକୁର ପ୍ରକାଶ କରିଛନ୍ତିି । ଆଜି ଅଜଗର ଉଦ୍ଧାର ବେଳେ ଜଙ୍ଗଲ ଜଗୁଆଳି ମୋହନ ପ୍ରଧାନ ସହଯୋଗ କରିଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀକୁମୁରା ଓ ବନ କର୍ମଚାରୀଙ୍କ ଜଙ୍ଗଲ ସୁରକ୍ଷା ସଂରକ୍ଷଣ ଦିଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଆକ୍ରାନ୍ତ ପରିଶ୍ରମ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ବନ୍ୟପ୍ରାଣୀ ମାନଙ୍କ ଜୀବନ ଉଦ୍ଧାର କରିବା ଯୋଗୁଁ ତାଙ୍କର ଏପରି ଦୁଃସାହସିକ କାମ ପାଇଁ ଅଞ୍ଚଳର ସାଧାରଣ ତଥା ପର୍ୟ୍ୟଟକଙ୍କ ମଧ୍ୟରେ ବେଶ ପ୍ରଶଂସନୀୟ ହୋଇଛି ।

jayashree
Leave A Reply

Your email address will not be published.