jayashree

ସେଲୁଟ ବଲାଙ୍ଗିର ତରଫରୁ ଅନ୍ନପ୍ରସାଦ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେଲୁଟ ବଲାଙ୍ଗିର ଆନୁକଲ୍ୟରେ ସାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବଲାଙ୍ଗିର ମା’ ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ‘ସେଲୁଟ’ ବଲାଙ୍ଗିର ତରଫରୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୭୦୦ ଲୋକଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସେଲୁଟ ବଲାଙ୍ଗିର ସଭାପତି ଡା. ଦେବଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ନୂତନ ସେଠ, କୋଷାଧ୍ୟକ୍ଷ ସମୀର କୁମ୍ଭାର, ଅରୁଣ ବେହେରା, ବାବୁଲି ବିଶୋଇ ଅଶୋକ ନନ୍ଦ, ରାଜୀବ ଦାଶ, ଅଶୋକ ମିଶ୍ର, ଦିଲୀପ ସାହୁ, ଡା. ରାଧାକାନ୍ତ ସେଠ, ବିପ୍ଲବ ସାହୁ, ରବି ଖମାରୀ, କିଶୋର ଦଣ୍ଡସେନା, ବଳରାମ ନାଏକ, ରଂଜନ ନାଏକ, ଖିରୋଦ୍ର ସାହୁ, ଅଜିତ ସାହୁ, ଶମ୍ଭୁ ଚୋପଦାର, ରାମ ନାଏକ, ରଂଜନ ମହାରଣା, ଅର୍ଜନ ନାଗ, ପ୍ରମୋଦ ବେହେରା, ଅନୁରାଗ ତାଣ୍ଡି, ସୁନିଲ ବେହେରା, ଜିତୁ ନାଏକ, ଦେବରାଜ ଅମାତ, ଟିକଲ ପୁଟେଲ, ଖିରୋଦ୍ର ନାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.