csstore

ଗୋଟିଏ କୋଟିରୁ ଉର୍ଦ୍ଧ ହେବ ଗଞ୍ଜେଇ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ରବିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞ୍ଜେଇ ସହ ୩ଜଣଙ୍କୁ ମଧ୍ୟ କାବୁ କରିବାରେ ସଫଳ ହେଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧ କୋଟିରୁ ଉର୍ଦ୍ଧ ହେବ । ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ରବିଗୁଡା ଗାଁ ନିକଟରେ ଥିବା ଏକ ଛକ ପାଖରେ ଅତର୍କିତ ଭାବେ ଚଢାଉ କରି ମୁନିଗୁଡା ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ ହେବାକୁ ରଖାଯାଇଥିବା ବେଳେ ୫୯ଟି ପ୍ୟାକେଟକୁ ଜବତ କରିବାରେ ସଫଳ ହୋଇଛି ପୋଲିସ ଓ ଏଥିରେ ସପୃକ୍ତ ଥିବା ରାମନାଥ ଝିଣ୍ଡ୍ରିଗୁଡିକା(୨୫) ପିତା : ରିପିହେଙ୍ଗୁ ଝିନ୍ଦ୍ରିଗୁଡିକା ଗ୍ରାମ ରାଣୀଗୁଡା, ପ୍ରଜା ଶ୍ରାମୂତିକା (୫୦) ଓ ଇଶା ଦୁର୍ବାକା(୨୦) ପିତା : କୁସୁଲିଆ ଦୁର୍ବାକାକୁ ଗିରଫ କରି ଚନ୍ଦ୍ରପୁର ଥାନାରେ ରଖି ଅଧିକ ତଦନ୍ତ ଯାରିରଖିଛି ପୋଲିସ ।

jayashree
Leave A Reply

Your email address will not be published.