ଗତ ୨୪ ଘଂଟାରେ ରାଜ୍ୟରେ ୨୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୬୩୬୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୯୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୪, ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୧୭, ଭଦ୍ରକରୁ ୧୨୧, ବଲାଙ୍ଗିରରୁ ୬, ବୌଦ୍ଧରୁ ୧୩, କଟକରୁ ୩୭୧, ଦେବଗଡ଼ରୁ ୫, ଢେ଼ଙ୍କାନାଳରୁ ୩୪, ଗଜପତିରୁ ୨, ଗଂଜାମରୁ ୬, ଜଗତସିଂହପୁରରୁ ୧୦୧, ଯାଜପୁରରୁ ୧୭୯, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୧୯୬, କେଉଁଝରରୁ ୫୧, ଖୋର୍ଦ୍ଧାରୁ ୩୮୦, କୋରାପୁଟରୁ ୧୯, ମାଲକାନଗିରିରୁ ୧୩, ମୟୁରଭଂଜରୁ ୧୦୪, ନବରଂଗପୁରରୁ ୭, ନୟାଗଡ଼ରୁ ୯୪, ନୂଆପଡ଼ାରୁ ୩, ପୁରୀରୁ ୧୦୬, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୧, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୮୭ ଓ ଷ୍ଟେଟ ପୁଲ୍‌ରୁ ୭୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.