csstore

ନରେନ୍ଦ୍ରପୁର ମହାବିଦ୍ୟାଳୟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ସ୍ଥାପିତ ମହାନ ଦେଶଭକ୍ତ, ଉତ୍କଳ ଜନନୀଙ୍କ ବରପୁତ୍ର ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୩ ତମ ପବିତ୍ର ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମିଶ୍ରଙ୍କ ପୈାରହିଖରେ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମବେତ ଉପସ୍ଥିତରେ ପୁଣ୍ୟାତ୍ମାଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଅବସରରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଧରଣୀଧର ପଣ୍ଡା, ପୂର୍ବତନ ଏନ୍.ଏସ୍.ଏସ୍ ଜିଲ୍ଲା ଅଧିକାରୀ ଡ଼. ସତୀଶ ପ୍ରସାଦ ନାୟକ, ଡ଼. ନିବେଦିତା ମହାପାତ୍ର, ଡ଼. ପଟ୍ଟନାୟକ, ଡ଼. ହୃଷିକେଶ ପଣ୍ଡା ପ୍ରମୁଖ ଗୋପବନ୍ଧୁଙ୍କ ତ୍ୟାଗ ପୂତ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସାମ୍ପ୍ରତିକ ମହାମାରୀ କାଳୀନ ଜାତୀୟ ବିପତ୍ତି ପରିପ୍ରେକ୍ଷୀରେ ଗୋପବନ୍ଧୁଙ୍କ ଭଳି ଲୋକ ନାୟକଙ୍କ ଆବଶ୍ୟକତାକୁ ରାଷ୍ଟ୍ର କେବେ ଭୂଲିପାରିବ ନାହିଁ ବୋଲି ଅଧ୍ୟକ୍ଷ ତାଙ୍କ ଶ୍ରଦ୍ଧ ଭାଷଣରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ନାୟକ, ସନ୍ତୋଷ ସାବତ, ରାମଚନ୍ଦ୍ର ସାହୁ, କାହ୍ନୁ ଚରଣ ବେହେରା, ରବିନ୍ଦ୍ର ସେନାପତି, ରବିନ୍ଦ୍ର ଜେନା, ପ୍ରବୀଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.