ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆଗାମୀ ୧୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ଜାରି ରହିବାକୁ ଥିବା ବେଳେ ଆଜି ଠୁ ୱିକ୍ଏଣ୍ଡ୍ ସଟ୍ଡାଉନ୍ । ବଲାଙ୍ଗିର ସହରରେ ବନ୍ଦ ରହିଛି ଦୋକାନ ବଜାର । ରାଜ୍ୟରେ ଏବେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା, କିନ୍ତୁ ମୃତ୍ୟୁ ସଂଖ୍ୟାରେ ଏବେ ବି ସୁଧାର ଆସିନାହିଁ । ବଲାଙ୍ଗିର ଜିଲ୍ଲାରେ ଗତ କିଛି ଦିନ ହେଲା କ୍ରମାଗତ ଭାବେ ଖସି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ଜିଲ୍ଲାରେ ମାତ୍ର ୩୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । କିନ୍ତୁ ତଥାପି ସଚେତନତାର ଆବଶ୍ୟକତା ରହିଛି । ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର୍ ବ୍ୟବହାର କରିବା ସହ ନିହାତି ଜରୁରୀ ନ ହେଲେ ଘରୁ ବାହାରିବା ଉଚିତ ନୁହେଁ । କରୋନା ସଂକ୍ରମଣ ଚେନ୍ ଭାଂଗିବାକୁ ହେଲେ ୱିକ୍ଏଣ୍ଡ୍ ସଟ୍ଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ବିଧେୟ । ଜିଲ୍ଲାବାସୀ ସଟ୍ଡାଉନ୍, ଲକ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ ମାନି ଚଳନ୍ତୁ ଏବଂ କରୋନା ସଂକ୍ରମଣରୁ ନିଜେ ରକ୍ଷା ପାଇବା ସହ ମାନବ ସମାଜକୁ ରକ୍ଷା କରନ୍ତୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଏହି ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି ।