ବଲାଙ୍ଗିର ଜିଲ୍ଲାରୁ ଆଜି ୪୧ ଆକ୍ରାନ୍ତ : ୮୯ ସୁସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୪୧ ଜଣ ସଂକ୍ରମିତ ଓ ୮୯ ଜଣ ସୁସ୍ଥ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ପୌରାଞ୍ଚଳରୁ ୫ଜଣ, ବେଲପଡା ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୯ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ ଗ୍ରାମାଞ୍ଚଳରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୨ଜଣ, ସଇଁନ୍ତଲା ବ୍ଲକରୁ ୨ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୨ଜଣ, ଟିଟିଲାଗଡ ସହରାଞ୍ଚଳରୁ ୪ଜଣ ଓ ତୁରେକେଲା ବ୍ଲକରୁ ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୩୬୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୭୦୯ ଜଣ ସ୍ୱସ୍ଥ ହୋଇଥିବାବେଳେ ୫୮୪ ଜଣ ସକ୍ରିୟ ଓ ୭୧ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.