ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ବନ୍ଦପଡାଠାରେ ରହୁଥିବା ଗୌରଚରଣ ସାହୁ ଦୁଇ ଦିବ୍ୟାଙ୍ଗ ପୁଅ ଝିଅ ନେଇ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । ଅଜଣା ରୋଗରେ ଦୁଇ ପୁଅ ଝିଅ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ଚିକିତ୍ସା ପାଇଁ ବଡ଼ ବଡ଼ ହସ୍ପିଟାଲକୁ ନେଇ ନିରାଶ ହୋଇ ଏବେ ଭଗବାନଙ୍କ ଭରସାରେ ଝାଟିମାଟି ଘରେ ଦୁର୍ବିସହ ଜୀବନ କାଟୁଛନ୍ତି । ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରୁ ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟର ପ୍ରତିଷ୍ଠାତା କୀର୍ତ୍ତନ ଦାଶଙ୍କ ନଜର ଆସିଥିଲା । ସବୁ ସମୟରେ ଦିବ୍ୟାଙ୍ଗମାନଙ୍କ ପ୍ରତି ସହଯୋଗର ହାତ ବଢ଼ାଇ ସେମାନଙ୍କ ସୁଖ ଦୁଃଖର ସାଥି ହେଇଥିବା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ଏହି ଦିବ୍ୟାଙ୍ଗ ଦୁଇ ଭାଇ ଭଉଣୀଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇଛି । ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ ପ୍ରତିଷ୍ଠାତାଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟର ଦୁଇ ଦିବ୍ୟାଙ୍ଗ ଝିଅ ଲିନା ଓ ପ୍ରଭାତୀ ତାଙ୍କ ଘରକୁ ଯାଇ ମାସକର ଶୁଖିଲା ଖାଦ୍ୟ ସହ ପାଞ୍ଚ ହଜାର(୫୦୦୦) ଟଙ୍କା ସହ ଟ୍ରାଇ ସାଇକେଲ ଯୋଗାଇବା ସହ ଲକ୍‌ଡାଉନ ପରେ ମେଡିକାଲ ଚେକଅପ୍‌ କରାଇବା ପାଇଁ ପ୍ରତିଶୃତି ଦେଲା ।

Leave A Reply

Your email address will not be published.