csstore

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ମୟୂରଭଞ୍ଜ : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୭ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗ୍ରାମ ଗାଡ଼ାସାହିରେ ଭାଲୁ ଆକ୍ରମଣରେ ଗ୍ରାମର ୭୦ ବର୍ଷୀୟା ନନ୍ଦିନୀ ଆଙ୍ଗ ରାଇ ନିଜ ଘର ନିକଟ ବାଡିକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଭାଲୁ ଆକ୍ରମଣ କରିବାରୁ ସମ୍ପୃକ୍ତ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି । ଭାଲୁ ଆକ୍ରମଣ ସମୟରେ ବୃଦ୍ଧା ଜଣଙ୍କ ଚିତ୍କାର କରିବାରୁ ନିକଟରେ ମହୁଲ ଗଛରୁ ମଞ୍ଜି ସଂଗ୍ରହ କରୁଥିବା ଲୋକେ ପାଟି କରିବାରୁ ଭାଲୁ ସେଠାରୁ ପଳାଇ ଯାଇଥିଲା । ଭାଲୁ ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧା ଜଣଙ୍କୁ ଲୋକେ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

jayashree
Leave A Reply

Your email address will not be published.