୧୧ତମ ଦିନରେ ପହଞ୍ଚିଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୧ ତମ ଦିନରେ ପହଞ୍ଚିଛି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ରକ୍ତଦାନ ଶିବିର । ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଛାତ୍ର ନେତା ଟୁଲୁ ସେନଙ୍କ ନେତୃତ୍ୱରେ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ମୁଖ୍ୟ ଅଜୟ ବାଲି ଉପସ୍ଥିତ ରହି ରକ୍ତ ଦାତାମାନଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

8 − six =