pakka

ପ୍ରେମ କରିଦେଲା ଅନ୍ଧ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କୁ ଥାନାରେ ବିବାହ କଲେ ମହିଳା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ କରିଦେଲା ଅନ୍ଧ । ଦୁଇ ଛୁଆ ଓ ସ୍ୱାମୀ ଛାଡ଼ି ବିବାହିତ ମହିଳା ନିଜ ପ୍ରେମିକଙ୍କୁ ଥାନାରେ ବିବାହ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନା ଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ଅନକାମୁରା ଗ୍ରାମର ଭଜମନ ବାରଲେବିଡିଆଙ୍କୁ ସବିତା ସାମାଜିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କ ଗର୍ଭରୁ ଦୁଇଟି ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ । ପରେ ସବିତାଙ୍କ ମୁକେଶ ବେହେରା ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶେଷରେ ମୁକେଶଙ୍କ ପ୍ରେମରେ ଅନ୍ଧ ହୋଇ ସବିତା ମୁକେଶ ସହିତ ଫେରାର୍‌ ହୋଇ ଯାଇଥିଲେ । ସବିତାଙ୍କ ସ୍ଵାମୀ ଭଜମନ ଖପ୍ରାଖୋଲ ଥାନାରେ ଏ ବିଷୟରେ ଏତଲା ଦେଇଥିଲେ । ପରେ ପ୍ରେମିକ ମୁକେଶ ସବିତାଙ୍କୁ ଛାଡ଼ି କେଉଁଆଡେ ଫେରାର ମାରିଥିଲେ । ଖପ୍ରାଖୋଲ ପୋଲିସ ସବିତାଙ୍କୁ ବଲାଙ୍ଗିର ସୁଧାର ଗୃହରେ ରଖିଥିଲେ । କିଛି ଦିନ ପରେ ପୋଲିସ ମୁକେଶଙ୍କୁ ଠାବ କରି ଗତ ୩୧ ତାରିଖ ଦିନ ଖପ୍ରାଖୋଲ ଥାନାରେ ସବିତା ଓ ମୁକେଶଙ୍କୁ ବିବାହ କରାଇଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥିବା ବେଳେ ସବିତା ଓ ମୁକେଶଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ପାଟଣାଗଡ଼ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

12 − 2 =