ଶଶୁର ଘର ଲୋକଙ୍କ ସହ ମିଶି ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ : ଚାରି ଜଣ ଆହତ ମା’ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପାଣିଗେଙ୍ଗୁଟିଆ ଗ୍ରାମର ଭାଜମନ ନାୟକ ବୟସ ୫୫ ତାଙ୍କ ସ୍ତ୍ରୀ ଦୁହିତା ନାୟକ ବୟସ ୫୦ କିଛି ଦିନ ଧରି ଅଲଗା ରହୁଥିବା ବେଳେ ସାନ ପୁଅ ଅନ୍ତର୍ୟ୍ୟାମୀ ନାୟକ ପତ୍ନୀ ରୋଜାଲୀନ ନାୟକ ମଧ୍ୟରେ ଘର ଭାଗବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲେ । ଘଟଣାରେ ସାନ ପୁଅ ନିଜର ଶଶୁର ଘର ଲୋକଙ୍କ ସହାୟତରେ ବାପା ମାଙ୍କୁ ଏକ ଧାରୁଆ ଅସ୍ତ୍ର ସହାୟତରେ ମରଣାନ୍ତକ ଆକ୍ରମଣ କରିବା ସହ ଲହୁ ଲୁହାଣ ହୋଇଥିଲେ । ଉଭୟ ପକ୍ଷ ଗଭୀର ଆହତ ହେବା ସହ ମା ଦୁହିତା ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ମଣ୍ଡାପାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲ। । ଉଭୟଙ୍କ ପକ୍ଷରୁ ସାଆନ୍ଦା ପୋଲିସ ଫାଣ୍ଡିରେ ଅବଗତ କରିଛନ୍ତି ।

Leave A Reply

Your email address will not be published.