oom

କୋଶଲି କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ସ୍ମୃତି ସଭା

jsmm

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : କୋଶଲି ଭାଷାର ଜଣେ ପ୍ରଖ୍ୟାତ କବି, ଭାଷାବିତ ତଥା ସଂଗଠକ ସ୍ବର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ଆତ୍ମାର ସଦ୍‌ଗତି କାମନା କରି କୋସଲି ଡେରା ପାଟଣାଗଡ଼ ତରଫରୁ ଅନ୍‌ଲାଇନ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦିଲୀପ କୁମାର ପସାୟତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନିମାଇଁ ପାଣିଗ୍ରାହୀ, ଭିକାରୀ ମିଶ୍ର, ରାମଭକ୍ତ ଫରିକାର, ସଂଦୀପ କୁଅଁର, ସଂଜୟ କୁମାର ମିଶ୍ର, ସୁସାନ୍ତ ବାଗ, ସାକେତ ସ୍ରିଭୁସଣ ସାହୁ, ତିଲ କୁମାର, ସଚ୍ଚିଦାନନ୍ଦ ପଧାନ, ଲାଲଚନ ବଗର୍ତ୍ତୀ, ସନ୍ତୋଷ କୁମାର ଦାଶ, ଧରମ ସିଂ ଧରୁଆ, ପୁସ୍ତମ୍ ଯୁଆଡି, ସାନ୍ତନୁ ବୁଧିଆ, କ୍ଷୀରୋଦ୍ର କୁମାର ସାହୁ, ଟୁକୁ ପ୍ରିୟବ୍ରତ ପଣ୍ଡା, ଅଜିତ ଭୋଇ ପ୍ରମୁଖ କବି ଓ ଭାଷା କର୍ମୀ କବିଙ୍କର ସ୍ମୃତି ଚାରଣ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନେକ ସାହିତ୍ୟ ପ୍ରେମୀ ଏଥିରେ ଯୋଗ ଦେଇଥିଲେ । କବି ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ମୁଖ୍ୟ କିରାଣି ଭାବେ କାର୍ୟ୍ୟରତ ଥିଲେ । ସ୍ବର୍ଗତ କବି “ଦଲଦଲି’ ଓ “ଧରସା” ନାମକ ଦୁଇଟି କୋଶଲି କବିତା ସଙ୍କଳନ ରଚନା କରିଥିଲେ । କବିଙ୍କର ଅପ୍ରକାଶିତ କବିତା ଓ ଅନ୍ୟାନ୍ୟ ସାହିତ୍ୟ କୃତିକୁ ପ୍ରକାଶିତ କରିବା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଶେଷରେ ଦିଲୀପ କୁମାର ପସାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.