oom

ନାଗରିକ କମିଟି ତରଫରୁ ମାହେଶ୍ୱରୀ ଅନୁଷ୍ଠାନକୁ ସାହାଯ୍ୟ ପ୍ରଦାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟି ତରଫରୁ ମାହେଶ୍ୱରୀ ଅନୁଷ୍ଠାନର ଡାଇରେକ୍ଟର ଅଙ୍କୁଶ ପାଣ୍ଡିଆ ଏବଂ ଏହାର ସଭାପତି ଶୋହନ ଅଗ୍ରୱାଲ ନାଗରିକ କମିଟି ତରଫରୁ ସାତ ଦିନର ଖର୍ଚ୍ଚ ତଥା ହେଣ୍ଡ ଗ୍ଲୋବ ଏବଂ ସଦସ୍ୟମାନଙ୍କର ବ୍ୟବହାର ପାଇଁ ହୋମିଓପାଥିକ ଔଷଧ ସଭାପତି ବିକ୍ରମାନନ୍ଦ ବହିଦାର ଏବଂ ବିଷ୍ଣୁ ପ୍ରସାଦ କେଡିଆଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଶ୍ରୀ କେଡିଆ ଜଣାଇଛନ୍ତି ଯେ ମାହେଶ୍ୱରୀ ସଂଗଠନର ଉଭୟ କର୍ମକର୍ତ୍ତାଙ୍କୁ ଆଗାମୀ ଜୁନ ୫ ତାରିଖ ଦିନ ତାଙ୍କର କାର୍ଯ୍ୟକଳାପ ପାଇଁ ସମ୍ବର୍ଦ୍ଧିତ କରାଯିବ । ନାଗରିକ କମିଟି ତରଫରୁ ବଲାଙ୍ଗିର ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ ସରକାର ଏବଂ ଜିଲ୍ଲା ପ୍ରଶାସନ ତଥା ବିଧାୟକ ଏବଂ ସାଂସଦଙ୍କ ସହଯୋଗରେ ଏହି ମହାମାରୀ ବିପତ୍ତି ପାଇଁ ଆମେ ଦୃଢ ମୁକାବିଳା କରିବାର ଆବଶ୍ୟକତା ରହିଛି । ନିଜ ନିଜ ମଧ୍ୟରେ ଆରୋପ ପ୍ରତ୍ୟାରୋପ ନ କରି ସମସ୍ତେ ମିଳିମିଶି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ନେଇ ଜନସାଧାରଣଙ୍କର ସହଯୋଗ କରିବା ପାଇଁ ତଥା ଭୀମ ଭୋଇଙ୍କର ବାର୍ତ୍ତାକୁ ପ୍ରତିଫଳନ କରିବା ପାଇଁ ନିବେଦନ କରାଯାଇଛି ।

jittmm
Leave A Reply

Your email address will not be published.