pakka

ସହଯୋଗର ହାତ ବଢଇଲା ମାଁ ମାହେଶ୍ୱରୀ ସେନା

bbehera

ବରଗଡ, (କେପିଏନ୍‌ଏସ୍‌) : ବର୍ତ୍ତମାନ ବରଗଡ ସହର କୋଭିଡ୍ ହସପିଟାଲ୍‌ରେ ଏହି ଲକଡାଉନ୍ ସମୟରେ ସବୁ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ହସପିଟାଲରେ ଚିକିତ୍ସିତ ରୋଗୀମାନଙ୍କର ସହିତ ଆସିଥିବା ତାଙ୍କର ସମ୍ପର୍କୀୟମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେଥିପାଇଁ ଆଜି ତିନି ଦିନ ଧରି ମାଁ ମାହେଶ୍ୱରୀ ସେନାର ପ୍ରୟାସରେ ଲକଡାଉନ୍ ଥିବାଯାଏ ରୋଗୀମାନଙ୍କ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ସକାଲ ଜଲଖିଆ ବ୍ୟବସ୍ଥା କରାଯାଉଅଛି । ଏଇ ମହତ କାର୍ଯ୍ୟରେ ଶାରିରୀକ ଆଉ ମାନସିକ ଭାବେ ମାଁ ମାହେଶ୍ୱରୀ ସେନାରୁ ଦିବସ ପଧାନ, ଦୀପକ ଦେହେରୀ, ବିଶ୍ୱ ପଧାନ, ସିଲୁ କଲତା ଏବଂ ନିର୍ମଳ ଦେହେରୀ ଓ ପାଣ୍ଡବ କର୍ଣ୍ଣଙ୍କ ସହଯୋଗ କ୍ରମେ ପ୍ରତିଦିନ ସକାଲୁ ଜଲଖିଆ ବଣ୍ଟନ କରାଯାଉଛି ।

jay balangir
Leave A Reply

Your email address will not be published.

1 + six =