ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଡ୍ରେନ୍‌ : ସଫେଇ ପ୍ରତି ଧ୍ୟାନ ନାହିଁ ପ୍ରଶାସନର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ସହରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । କିନ୍ତୁ ଏପରି ପରିସ୍ଥିତିରେ ତେଲିଗୋଠ ପଡ଼ାରୁ ରେଳଷ୍ଟେସନ୍‌ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଜମାହୋଇ ଦୁର୍ଗନ୍ଧ ଛୁଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ନାଳ ଭିତରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଥିବା ସମୟରେ ଡ୍ରେନ୍‌ ପାଣି ନିଷ୍କାସିତ ହୋଇ ପାରୁନାହିଁ । ପୁଣି ଡ୍ରେନ୍‌ ଉପରେ ଢାଙ୍କୁଣି ନ ଥିବା ହେତୁ ଦୁର୍ଗନ୍ଧରେ ଫାଟିପଡ଼ୁଛି ଅଞ୍ଚଳ ଏଥିପ୍ରତି ପୌର ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.