ଭୁବନେଶ୍ୱର, (କେପିଏନ୍ଏସ୍) : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନ୍ଡିଆର୍ଏଫ୍, ୫୦ଟି ଓଡ୍ରାଫ୍ ଏବଂ ୧୭୫ଟି ଫାୟାର ସର୍ଭିସ୍ ଦଳ ମୁତୟନ କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ୧୬୫ଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୩ଟି ସ୍ୱତନ୍ତ୍ର ଇଂଜିନିୟରିଂ ଟିମ୍ ଗଠନ କରାଯାଇଛି । ଜେସିବି, ଟ୍ରାକ୍ଟର ଓ କଟର ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Prev Post