ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ ଜୟନ୍ତୀ ପାଳିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡ଼ି) : କୋସଲି ଡେରା ସାହିତ୍ୟ ଅନୁଷ୍ଠାନ, ପାଟଣାଗଡ ଦ୍ୱାରା କବି ଖଗେଶ୍ୱର ଜୟନ୍ତୀ ଅନଲାଇନ ମାଧ୍ୟମରେ ଦୁଇଦିନ ଧରି ପାଳିତ ହୋଇଯାଇଛି । ସଂପାଦକ ଲାଲଚନ ବଗର୍ତ୍ତୀଙ୍କ ଆହ୍ୱାନରେ ପ୍ରଥମ ଦିନର କାର୍ଯ୍ୟକ୍ରମକୁ କବି ସନ୍ତୋଷ କୁମାର ଦାଶ ସଂଯୋଜନା କରିଥିଲେ । ପ୍ରାଧ୍ୟାପକ ମାନସ କୁମାର ଷଡଙ୍ଗୀ, ବିନୟ କୁମାର ଦାଶ ଓ ପୁସ୍ତମ ଜୁଆଡି କବିଙ୍କ ଜୀବନୀ ଓ ସାହିତ୍ୟ କୃତି ସଂପର୍କରେ ଆଲୋଚନା କରିଥିଲେ ଓ ଜୀବନୀ ବିଷୟରେ ସୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଭକ୍ତବନ୍ଧୁ ବିଶ୍ୱାଲ, କ୍ଷିରୋଦ୍ର କୁମାର ସାହୁ, ବଲ୍ଲଭ ସାହୁ, ଆଶୁତୋଷ ଠାକୁର, ସାବିତ୍ରୀ ସାହ, ସଚିଦାନନ୍ଦ ପଧାନ, ଧରମ ସିଂ ଧରୁଆ, ଦିଲୀପ ସରାଫ, ଶୋଭାକର ପଧାନ, ଶିବାନନ୍ଦ ବନଛୋର, ପ୍ରମୁଖ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ କୋସଲ ଏକ୍ସପ୍ରେସ ଚ୍ୟାନେଲରେ ସିଧାପ୍ରସାରଣ କରାଯାଇଥିଲା । ଭକ୍ତବନ୍ଧୁ ବିଶ୍ୱାଲଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ କରାଯାଇଥିଲା । ସମ୍ବଲପୁରର ବରିଷ୍ଠ ସାହିତ୍ୟିକ ଭବାନୀ ଶଂକର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବିଙ୍କ ସହ ବିତେଇଥିବା ମୁହୂର୍ତ୍ତର ସ୍ମରଣ କରିଥିଲେ । ଆଞ୍ଚଳିକ ମହାବିଦ୍ୟାଳୟ ପଦ୍ମପୁରର ପୂର୍ବତନ ଅଧ୍ୟାପକ ମାନଭଞ୍ଜନ ପଧାନ କବିଙ୍କ ଉଚ୍ଚାଙ୍ଗ ସାହିତ୍ୟକୃତି ଓ ଜୀବନୀର ମହତ ଦିଗ ବିଷୟରେ ଆଲୋକପାତ କରିଥିଲେ । ଅଭାବ ଅନଟନର ଜୀବନୀ ଭିତରେ ଜୀବିକା ଓ ସାହିତ୍ୟ ସାଧନା କିପରି କରାଯାଏ କବି ଖଗେଶ୍ୱର ସେଠ ଥିଲେ ତାର ଜ୍ୱଲନ୍ତ ଉଦାହରଣ ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ । କୃଷ୍ଣଚନ୍ଦ୍ର ଭୋଇ ଓ ସାକେତ ସ୍ରିଭୁଷଣ ସାହୁ ଅତିଥି ଭାବରେ ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ଶେଷରେ ଲାଲଚନ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.