ଅମାନିଆଙ୍କ ଠାରୁ ୨୮ହଜାର ତଣ୍ଡ ଅସୁଲି

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଅନୁପାଳନକୁ ଯାଞ୍ଚ କରାଯାଇ ୧୭ଜଣ ଅମାନିଆଁଙ୍କ ଠାରୁ ୨୮ହଜାର ଟଙ୍କା ତଣ୍ଡ ଅସୁଲି ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ମତେ ରବିବାର ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ହରଭଙ୍ଗା ତହସିଲଦାର ସମ୍ଭୁଭୂଷଣ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ଏବଂ ପୁରୁଣାକଟକ ପୋଲିସ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନ ବୁଲି କୋଭିଡ କଟକଣା କିପରି ଅନୁପାଳନ କରାଯାଉଛି ତାହା ଅନୁଧ୍ୟାନ କରିଥିଲେ । ଏହି ଅବସରରେ ସେମାନେ ଚାରିଛକ, ପୁରୁଣାକଟକ, ସାମ୍ପୋଚ, ରାମ୍ଭିକଟା, ତିଲେଶ୍ୱର, କରଞ୍ଜକଟା, ତୁକୁଲୁଣ୍ଡା, ଶ୍ୟାମସୁନ୍ଦରପୁର, ଆଦି ଅଞ୍ଚଳରେ କୋଭିଡ କଟକଣା ଉଲଙ୍ଘନ କରୁଥିବା ୧୭ଜଣ ଦୋକାନୀ ଓ ଅମାନିଆଁଙ୍କଠାରୁ ସମୁଦାୟ ୨୮ହଜାର ଟଙ୍କା ମହଶମାନା ଆଦାୟ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଗତ କିଛିଦିନ ହେଲା ହରଭଙ୍ଗା ବ୍ଲକରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଏହା ସତ୍ତ୍ୱେ ଲୋକେ କୋଭିଡ ନୀତି ନିୟମକୁ ଠିକ ଭାବରେ ପାଳନ କରୁନଥିବା ଲକ୍ଷ୍ୟ କରାଯାଇଛି । ଏପରିକି ବହୁ ସଂକ୍ରମିତ ଖୋଲା ଖୋଲି ଭାବେ ବାହାରେ ବିଚରଣ କରୁଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ ପ୍ରଶାସନର ଏହି ଚଢ଼ାଉକୁ ବୁଦ୍ଧିଜୀବି ମହଲରେ ସ୍ୱାଗତ କରିବା ସହ ଏହାକୁ ନିୟମିତ ଭାବେ ଜାରି ରଖିବାକୁ ଦାବି କରାଯାଇଛି ।

Leave A Reply

Your email address will not be published.