ପରଲୋକରେ ପୂର୍ବତନ ସମିତି ସଭ୍ୟା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ସୁଦେବୀ ଦନାୟକ (୮୮)ଙ୍କ ଶନିବାର ଅପରାହ୍ନ ୪ଘଣ୍ଟା ସମୟରେ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥପୁର୍ ଠାରେ ଥିବା ନିଜ ବାସଭବନରେ ପରଲୋକ ଗମନ କରିଛନ୍ତି । ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ । ସେ ଜଣେ ନିର୍ଭୀକ, ସ୍ନେହୀ ଓ ଜଣାଶୁଣା ନାରୀ ନେତ୍ରୀ ଥିଲେ । ତାଙ୍କର ୪ ପୁଅ ଓ ଗୋଟିଏ ଝିଅ ଅଛନ୍ତି ଓ ବଡ଼ ପୁଅ ସନ୍ତୋଷ ଦନାୟକ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ସୁଦେବୀ ୨୦୦୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବାଉଁଶୁଣି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବରେ ବୌଦ୍ଧ ପଂଚାୟତ ସମିତିକୁ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।

Leave A Reply

Your email address will not be published.