ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସର ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଆଜିଠୁ ୭ ଦିନ ପାଇଁ କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରିଛି । ଏହି ସମୟରେ ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପ୍ଲେକ୍ସକୁ ଯାଇ ପାରିବେନି । କେବଳ ବିଏମସି କର୍ମଚାରୀଙ୍କୁ ମିଳିବ ଅନୁମତି । କୋର୍ଟ କାର୍ଯ୍ୟ ଅନଲାଇନରେ ହେଉଥିବା ବେଳେ ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରି ଦେଇଛି । ଫଳରେ କୋର୍ଟ କମ୍ପ୍ଲେକ୍ସ ମେ’ ୫ ଯାଏ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ । ଏହି ସମୟରେ କୋର୍ଟ ପରିସରକୁ ବିଶୋଧନ କରାଯିବ ।

Leave A Reply

Your email address will not be published.