csstore

ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ୮ଟି ରେଞ୍ଜରର ଗୋଛା କଟାଳୀ ଶ୍ରମିକମାନଙ୍କୁ ମିଳୁନି ପାରିଶ୍ରମିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ ବିପତ୍ତି ସମୟରେ ଲୋକେ ଦୁର୍ଦ୍ଧିନ ଭାବରେ ଜୀବନ ଅତିବାହିତ କରିବା ବେଳେ ସରକାର ଦିନ ମଜୁରିଆଙ୍କ ପାଇଁ ବିଭିନ୍ନ ଯୋଜନା କାମ ଯୋଗାଇ ଦେଉଥିବା ବେଳେ ଅନ୍ୟ ପଟେ କାମ କରି ଶ୍ରମିକମାନେ ପ୍ରାୟ ଦୁଇ ମାସ ଉର୍ଦ୍ଧ୍ବ ହେବ ତାଙ୍କ ପାଉଣା ପାଇନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ୮ ଗୋଟି ରେଞ୍ଜର ଅଧିନସ୍ଥ ପ୍ରାୟ ୧୨ ହଜାର ଶ୍ରମିକରୁ ଉର୍ଦ୍ଧ ଗୋଛାକାଟିବା କାର୍ଯ୍ୟରେ ନିଯୁକ୍ତଥିବାର ଜଣାପଡିଛି । କରୋନା ମହାମାରୀ ବିପତ୍ତି ସମୟରେ ଲୋକେ କାମଧନ୍ଦା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ପାଉଣା ପାଇନଥିବା ଯୋଗୁଁ ତାଙ୍କର ଦୁଃଖ ଦୁଇଗୁଣିତ ବଢାଇଦେଇଛି । ଏନେଇ ରେଞ୍ଜର ମାନଙ୍କୁ ପଚାରିବାରୁ ଆମେ ଡିଏଫ୍ଓଙ୍କୁ ଅନେକ ଦିନ ଆଗରୁ ବିଲ୍ ଦେଇ ସାରିଛୁ ବୋଲି କହିଛନ୍ତି । ସରକାରଙ୍କ ନିକଟରେ ଟଙ୍କା ମହଜୁଦ ଥାଇ ମଧ୍ୟ କାହିଁକି ଶ୍ରମିକ ମାନଙ୍କୁ ଦେଉନାହାନ୍ତି ବୋଲି ମତ ପ୍ରକାଶ ପାଉଛି । ବର୍ତ୍ତମାନ କରୋନା ମହାମାରୀ ବିପତ୍ତି ପରିସ୍ଥିତିରେ ଡିଏଫଓଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଶ୍ରମିକମାନଙ୍କର ନିଜ କାମ କରି ଥିବା ପାରିଶ୍ରମିକ ମିଳୁନଥିବା ଯୋଗୁଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ କେନ୍ଦୁପତ୍ର ଗୋଛାକଟାଳୀ କାମରେ ନିଯୁକ୍ତ ଥିବା ଶ୍ରମିକ ମାନଙ୍କ ପାରିଶ୍ରମିକ ଯୋଗାଇ ଦେବାକୁ ଦାବୀ ହେଉଛି ।

jayashree
Leave A Reply

Your email address will not be published.