oom

ବଲାଙ୍ଗିର ଜିଲ୍ଲାରେ ବୋବାଲ୍‌ କଲା କୋଭିଡ୍‌ ସଂକ୍ରମଣ : ଆଜି ଦିନକର ୪୫୭ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ସର୍ବାଧିକ ୨୨୮

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ବୋବାଲ୍‌ କରିଛି କୋଭିଡ୍‌ ସଂକ୍ରମଣ । ଆଜି ଦିନକରେ ୪୫୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଏଭଳି ସଂକ୍ରାମକ ସ୍ଥିତିରେ ବଲାଙ୍ଗିରବାସୀ ଅତ୍ୟନ୍ତ ସଜାଗ ରହିବା ନିହାତି ଆବଶ୍ୟକ ହୋଇପଡ଼ିଛି । ନିହାତି ଆବଶ୍ୟକ ନହେଲେ ଘରୁ ନବାହାରିବା, ମୁହଁରେ ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ତଥା ସରକାରୀ କୋଭିଡ ଗାଇଡ଼ ଲାଇନ୍‌ ମାନି ଚଳିବା ପ୍ରତି ସମସ୍ତେ ବିଶେଷ ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ ।

ଆଜି ବଲାଙ୍ଗିର ପୌରାଂଚଳରୁ ଆଜି ସର୍ବାଧିକ ୨୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୧ରୁ ୫, ୧୦ରୁ ୮, ୧୧ରୁ ୭, ୧୪ରୁ ୫, ୧୫ରୁ ୨୯, ୧୬ରୁ ୧, ୧୮ରୁ ୩୦, ୧୯ରୁ ୧୨, ୨ରୁ ୨୬, ୨୦ରୁ ୨୩, ୨୧ରୁ ୮, ୩ରୁ ୬, ୪ରୁ ୪, ୫ରୁ ୨୬, ୬ରୁ ୧୪, ୭ରୁ ୨୦ ଓ ୮ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ବଲାଙ୍ଗିର ବ୍ଲକର ଚୁଡ଼ାପାଲି ଗ୍ରା.ପ.ରୁ ୨୧ ଜଣ ଓ ବ୍ଲକ୍‌ରେ ସର୍ବମୋଟ ୪୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୦ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡ଼ା ବ୍ଲକରୁ ୨୩ ଜଣ, ଦେଓଗାଁ ବ୍ଲକରୁ ୯ ଜଣ, ଗୁଡ଼ଭେଲା ବ୍ଲକରୁ ୨ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୪୨ ଜଣ, ଖପ୍ରାଖୋଲ ବ୍ଳକରୁ ୫ ଜଣ, ଲୋଇସିଂହା ବ୍ଲକରୁ ୨୦ ଜଣ, ପାଟଣାଗଡ଼ ବ୍ଲକରୁ ୨୧ ଜଣ, ପାଟଣାଗଡ଼ ଏନ୍‌ଏସିରୁ ୧୩ ଜଣ, ପୁଇଁନ୍ତଲା ବ୍ଲକରୁ ୯ ଜଣ, ସଇଁନ୍ତଲା ବ୍ଲକରୁ ୨୧ ଜଣ ଓ ତୁରେକେଲା ବ୍ଲକରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଏବେ ଜିଲ୍ଲାରେ ୨୧୨୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସୂଚନାରେ କୁହାଯାଇଛି । ଏଭଳି ଅବସ୍ଥାରେ ଜିଲ୍ଲାବାସୀ ସତର୍କ ହେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତେ ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ।

jittmm
Leave A Reply

Your email address will not be published.