om academy

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କ ବିୟୋଗରେ ଓଜେୟୁ ସମ୍ବଲପୁର ଶାଖାର ଶୋକ ପ୍ରକାଶ

jsm

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ସମ୍ବଲପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକ(୫୬)ଙ୍କ ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘ ସମୟ ଧରି କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ । କୋଭିଡ଼ରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥିଲା । ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଶେଷରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କ ପରଲୋକରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସରକାରଙ୍କ ତରଫରୁ କରୋନା ଯୋଦ୍ଧା ସହାୟତା ରାଶି ତାଙ୍କ ପରିବାରକୁ ଯୋଗାଇ ଦେବାକୁ ଓଜେୟୁ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.