om academy

ମାସ୍କ ବ୍ୟବହାର ନକଲେ ସରକାରୀ ଯୋଜନାରୁ ବାଦ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଅନେକ ଗ୍ରାମରେ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରୁଥିବା ନଜରକୁ ଆସୁଛି । ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ସମସ୍ତ ଲୋକେ ସରକାରୀ ନିୟମାବଳୀ ଅନୁଯାୟୀ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରିବା ନିମନ୍ତେ ଏକ ଅଭିନବ ଉପାୟ ପାଞ୍ଚିଛନ୍ତି । ସୂଚନା ଅନୁଯାୟୀ ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ଅନିବାର୍ଯ୍ୟ ଅଟେ ଏବଂ ଅନ୍ୟ ଗ୍ରାମରୁ ଅତିଥି ଆସିଲେ ତାଙ୍କୁ ବାରଣ କରିବାକୁ କୁହାଯାଇଛି । ଯଦି କେହି ଏହାର ଖିଲାଫ କରେ ତେବେ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାୟୀ ସରକାରୀ ଯୋଜନା ଗୁଡିକରୁ ବାଦ ଦିଆଯିବ ବୋଲି ଚୌକିଦର ଗାଁ ସାରା ବୁଲି ଡାକିଛନ୍ତି ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଭୟରେ ହେଉ କିମ୍ବା ସଚେତନତା ଯୋଗୁଁ ହେଉ ଲୋକେ ମାସ୍କ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବର୍ତ୍ତମାନ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଲରେ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଜୋଖିପାଲି ଗ୍ରାମବାସୀଙ୍କ ଏହି ପଦକ୍ଷେପ ବିଶେଷ ଉପଯୋଗୀ ହେବ ବୋଲି ସଚେତନ ନାଗରିକ ବୃନ୍ଦ ଦାବୀ କରିଛନ୍ତି ।

Leave A Reply

Your email address will not be published.