csstore

ଜାମସେଠ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ରାଜ୍ୟରେ କରୋନା ମହାମାରୀ ବିପତ୍ତି ଦ୍ର୍ରୁତ ଗତିରେ ବ୍ୟାପୁଥିବାକୁ ନେଇ ଜାମସେଠ ଗ୍ରାମବାସୀମାନେ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଭୟାବହ କରୋନାକୁ ନେଇ ସରପଞ୍ଚ ରମ୍ଭା ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜାମସେଠ ପଞ୍ଚାୟତକୁ ଆସନ୍ତା ୨୮/୦୪/ ୨୦୨୧ରୁ ୦୪/ ୦୫/୨୦୨୧ ଦିନ ୭ ଦିନ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ବୈଠକରେ ସର୍ବସମ୍ମତିକ୍ରମେ ଗୃହୀତ ନିଷ୍ପତ୍ତି ନିଆଯାଇଥିଲା । ବିନା ମାକ୍ସରେ କେହି ବାହାରକୁ ଯାଇପାରିବେ ନାହିଁ । ଯଦି କେହି ନିୟମ ନମାନିଲେ ତାଙ୍କଠୁ ପାଞ୍ଚ ଶହ ଟଙ୍କା ଜରିମାନା ଆଦାୟ କରାଯିବା । ପ୍ରତ୍ୟେକ କିରାନା ଦୋକାନୀ କୋଭିଡ କଟକଣା ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରିବେ । ଦୁକାନ ସମ୍ମୁଖରେ ସାନିଟାଇଜର ବ୍ୟବହାର କରିବେ । ଗ୍ରାହକ ମାନଙ୍କ ବିନା ମାସ୍କରେ ସଉଦା ନଦେବା । ନିୟମ ଉଲ୍ଲଘଂନ କଲେ ଦୋକାନୀଙ୍କଠୁ ପାଞ୍ଚ ଶହ ଟଙ୍କା ଜରିମାନା ଆଦାୟ କରାଯିବ । ସଟ୍ ଡାଉନ୍ ଘୋଷଣା ସମୟରେ ଦୈନିକ ସକାଳ ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ଦୋକାନ ଖୋଲିବା । ଏହି ନିୟମ ମୁତାବକ କୈାଣସି ଦୋକାନ ଅବମାନନା କଲେ ପାଞ୍ଚ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯିବା ସଙ୍ଗେ ବ୍ୟାଙ୍କ ଅଫିସ, ଆରଆଇ ଅଫିସ, ପୋଷ୍ଟ ଅଫିସ, ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ, ସୋସାଇଟି ଆଦି ସମସ୍ତ ଅଫିସ ଆସନ୍ତା ୨୮.୪ରୁ ୩୦.୪ ତିନି ଦିନ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା ହେତୁ ସମ୍ପୁର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । ଏହାର ବିହିତ ପଦକ୍ଷେପ ନେବାପାଇଁ ପାଇକମାଳ ବିଡିଓ, ତହସିଲଦାର, ଆଇଆଇସି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ, ସମେତ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧିଙ୍‌ଙ୍କୁ ଜଣାଇଦିଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ।

jayashree
Leave A Reply

Your email address will not be published.