om academy

ମେ’ ୨ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କଲା ବଣିକ ସଂଘ

jsm

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ୟବସାୟୀ ସଂଘ ତରଫରୁ ଗତକାଲି ଏକ ବୈଠକ ସଂପାଦକ ପ୍ରଶାନ୍ତ ସାମନ୍ତରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେଇ ଅପ୍ରେଲ୨୮ ତାରିଖରୁ ଆଗାମୀ ମେ’ ଦୁଇ ତାରିଖ ଯାଏଁ ସଟଡ଼ାଟନ ଘୋଷଣା ନିଷ୍ପତି ହେଇଥିଲା । ଆଜି ଏନେଇ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଥିବା ଜଣାଯାଇଛି । କେବଳ ସକାଳ ଦଶଟା ଯାଏଁ ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିବ ବୋଲି ବ୍ୟବସାୟୀ ସଂଘ ସୂଚନା ପ୍ରଦାନ କରିଛି । ଏହି ବୈଠକରେ ବ୍ୟବସାୟୀ ସଂଘର ସଦସ୍ୟମାନେ ଯୋଗଦେଇ ସଟଡ଼ାଉନକୁ ସ୍ୱାଗତ କରିବା ସହିତ ସହଯୋଗ କରିବୁ ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.