ତା‌ଙ୍କ ନାଁରେ ଫେକ୍‌‌ ଆକାଉ‌ଣ୍ଟ ଖୋଲି ଗୁଜବ୍‌ ପ୍ରଚାର କରୁଛି ଦୁର୍ବୃତ୍ତ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଟ୍ୱିଟର ମାଧ୍ୟମରେ ଦେଲେ ସୂଚନା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ନାଁ ଓ ଫଟୋ ସହ ଫେକ୍‌‌ ଟ୍ୱିଟର ଆକାଉ‌ଣ୍ଟ ଖୋଲି ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଲେଖି ଗୁଜବ ପ୍ରଚାର କରିଛି । ତେବେ ଏହାକୁ ମନ୍ତ୍ରୀ ସମୀର ଦାଶ ନିଜ ନକଲି ଟ୍ୱିଟର ଆକାଉଣ୍ଟରେ ଟୁଇଟ କରାଯାଇଥିବା ଲେଖାର ସ୍କ୍ରିନସଟ ସହ ଅସଲି ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, କେହି ଜଣେ ବଦମାସ୍‌ ମୋ ନାମରେ ଫେକ୍‌ ଆକାଉଣ୍ଟ୍‌ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରକୁ ଆସିଛି । ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ । ଅନ୍ୟପଟେ ଦୁର୍ବୃତ୍ତ ଖୋଲିଥିବା ନକଲି ଟ୍ୱିଟର ଆକାଉଣ୍ଟରେ ଲେଖାଯାଇଥିଲା ଯେ, ପୂର୍ବ ନିଷ୍ପତ୍ତି ଅନୁସାରେ ଦଶମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାତିଲ କରାଯାଇଥିଲା । କିନ୍ତୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ଧାରଣା ଯୋଗୁଁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ ଦଶମ ବୋର୍ଡ ପରୀକ୍ଷା ଆସନ୍ତା ଜୁନ ୧୪ତାରିଖରୁ ୨୬ତାରିଖ ଯାଏ ଅନୁଷ୍ଠିତ ହେବ ।

Leave A Reply

Your email address will not be published.