oom

ଅସୁବିଧା ସମୟରେ ଦେବଦୂତ ସାଜି ସାହାଯ୍ୟର ହାତ ବଢାଇଲା ଲାୟନ୍ସ କ୍ଳବ ଥୁଆପଲି

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଦୀର୍ଘ ଦିନ ଧରି ଶବ ସତ୍କାର କରିବା ପାଇଁ ହେଉଥିବା କାଠ ସମସ୍ୟା ବିଷୟରେ ସୋସିଆଲ ମିଡ଼ିଆରେ ସଂକଲ୍ପ ପରିବାର ତରଫରୁ ଉପସ୍ଥାପନ କରାଯାଇଥିଲା । ପ୍ରକୃତରେ କାଠ ସମସ୍ୟା ହେଉଥିବା ଖବର ପାଇଁ ଦେବଦୂତ ସାଜିଲା ଲାୟନ୍ସ କ୍ଳବ ଥୁଆପଲି । ଆଜି ସକାଳ ଭୋର ପାଞ୍ଚଟାରୁ ନିଜସ୍ୱ ଖର୍ଚରେ ଏକ ୧୦ ଚକିଆ ଗାଡ଼ିରେ ପୂରା ଗୋଟିଏ ଗାଡି ଜାଳେଣି କାଠ ନେଇ ବରଗଡ଼ ପହଞ୍ଚିଲେ ଲାୟନ୍ସ କ୍ଳବର ସଦସ୍ୟ ସୁନୀଲ ବାଙ୍କା, ସୁଶୀଲ କେଡ଼ିଆ ଓ ହିମାଂଶୁ ହୋତା । ଏହି ମହାମାରୀ ସମୟରେ ବରଗଡ଼ ସହରରେ ହେଉଥିବା ସମସ୍ୟାକୁ ନିଜର ସମସ୍ୟା ଭାବି ଥୁଆପାଲିରୁ ବରଗଡକୁ ସାହାଯ୍ୟର ହାତ ବଢାଇଥିବା ଏହି ସହୃଦୟ ବ୍ୟକ୍ତି ବିଶେଷଙ୍କୁ ସଂକଲ୍ପ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଦିଆଯାଇଥିବା ବେଳେ ଏହିପରି କିଛି ଲୋକଙ୍କ ପାଇଁ ଆଜି ଭାରତ ବର୍ଷ ଗର୍ବିତ । ଆଜି ଏଇ ଭଳିଆ କିଛି ଲୋକଙ୍କ ପାଇଁ ଆମେ କୋଭିଡ୍‌ ଜନିତ ସମସ୍ୟାକୁ କିଛି ମାତ୍ରାରେ ମୁକାବିଲା କରିପାରୁଛୁ ନଚେତ ପରିସ୍ଥିତି ଆହୁରି ବିଗିଡି ସାରନ୍ତା । ଲାୟନ୍ସ କ୍ଳବର ସୁନୀଲ ବାଙ୍କା ନିଜେ ସାହାଯ୍ୟର ହାତ ବଢ଼ାଇ ଏହି ମହାମାରୀ ସମୟରେ ଅନ୍ୟକୁ ମଧ୍ୟ ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି । ଆଜି ଲାୟନ୍ସ କ୍ଳବ ଥୁଆପଲି ଠୁ ଆସିଥିବା କାଠ ସଙ୍ଗେ ସଙ୍ଗେ ଜଣେ ଅସହାୟଙ୍କ ଶବ ସତ୍କାର କରିବାରେ ସାହାଯ୍ୟ କରାଯାଇଥିବା ବେଳେ ଗତ କାଲି ସନ୍ଧ୍ୟା ୭ଟାରୁ ମୃତ୍ୟୁ ବରଣ କରିଥିବା ବରଗଡ଼ ବାଲାଜୀ ସିଟି ନିବାସୀ ଲଛମନ ଅଗ୍ରୱାଲ (୩୮) ଶବ ସତ୍କାର କରାଯାଇଥିଲା ।

jittmm
Leave A Reply

Your email address will not be published.