ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁ‌ଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ଫୁଟବଲ ପଡିଆ, ନୂଆଁଗଡ, ଖଣ୍ଡହଥା, ବରଗଡ କରୋନା ମହାମାରୀର ‌ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ । ଆଜି ମୋବାଇଲ ବ୍ଲଡ କଲେକସନ୍‌ ଭେନ୍‌ରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କରୋନା ଟୀକା ନେବା ପୁର୍ବରୁ ରକ୍ତଦାନ କରିବା ପାଇଁ ଯୁବ ଗୋଷ୍ଠୀଙ୍କୁ ସଚେତନ କରିଥିଲା ଟିମ୍ ନିଷ୍ଠା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବରେ ଯୁବନେତା ଉମେଶ ଚନ୍ଦ୍ର ପଣ୍ଡା, ସମାଜସେବୀ ଦିଲିପ ସାବଡିଆ ଯୋଗଦେଇ ଥିଲେ । ନିଷ୍ଠା ପରିବାରର ସମ୍ପାଦକ ଅ‌ଶ୍ୱିନୀ ତ୍ରିପାଠୀ, ଉପ ସଭାପତି କ୍ଷିରୋଦ୍ର ସାହୁ, ସହ ସଂପାଦକ ଲୋକନାଥ ସାହୁ, ରାତ୍ର ପ୍ରଧାନ, ହେମାଂଚଳ ସାହୁ, ଲିଂଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ ଦଶ ବର୍ଷ ଧରି ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ।

Leave A Reply

Your email address will not be published.