ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କମିବାର ନାଁ ନେଉନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୭୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୫୧, ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୮୯, ବୌଦ୍ଧରୁ ୩୨, କଟକରୁ ୩୪୩, ଦେବଗଡ଼ରୁ ୩୯, ଢେ଼ଙ୍କାନାଳରୁ ୮, ଗଜପତିରୁ ୭୮, ଗଂଜାମରୁ ୧୩୪, ଜଗତସିଂହପୁରରୁ ୭୩, ଯାଜପୁରରୁ ୩୨୪, ଝାରସୁଗୁଡ଼ାରୁ ୨୫୪, କଳାହାଣ୍ଡିରୁ ୩୨୧, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୬, କେଉଁଝରରୁ ୧୧୮, ଖୋର୍ଦ୍ଧାରୁ ୮୭୫, କୋରାପୁଟରୁ ୭୧, ମାଲକାନଗିରିରୁ ୩୨, ମୟୁରଭଂଜରୁ ୧୫୮, ନବରଂଗପୁରରୁ ୩୧୮, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୩୦, ପୁରୀରୁ ୧୮୦, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୨୮୦, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୭୮୫ ଓ ଷ୍ଟେଟ ପୁଲ୍‌ରୁ ୧୭୯ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୪୯ ରହିଛି ।

Leave A Reply

Your email address will not be published.