jsm

ବାଲିଗୁଡା : କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ପ୍ରଶାସନ ତରଫରୁ ଜମି ଚିହ୍ନଟ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ କୋଭିଡ଼ ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ନେଇ ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆ ପାଖରେ ଥିବା ଜମିକୁ ଶବ ଦାହ କରିବା ପାଇଁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ କୁତୁବାଡି ନିକଟରେ ଥିବା ଜଙ୍ଗଲରେ କରୋନା ଆକ୍ରାନ୍ତଙ୍କ ଶବ ଦାହ କରିବା ପାଇଁ ଗତ ବର୍ଷ ଏପ୍ରିଲ ୧୩ ତାରିଖରେ ଜମି ଚିହ୍ନଟ ହୋଇଥିଲା । ତେବେ ସେହି ସ୍ଥାନ ଦେଇ ଲୋକେ ଚାଷବାସ କରିବା ପାଇଁ ଯିବା ଆସିବା କରିବା ସହ ଜଙ୍ଗଲକୁ ଯାଉଥିଲେ । ଏପରିକି ସେହି ପାଖରେ ଲୋକଙ୍କ ଧାନ ବିଲ ମଧ୍ୟ ରହିଥିଲା । ଯାହା ଫଳରେ ଗ୍ରାମବାସୀ ଏହାକୁ ବିରୋଧ କରି ଶବ ଦାହ କରିବାକୁ ବିରୋଧ କରିଥିଲେ । ଏଣୁ ଏହାକୁ ଦୃଷ୍ଟିରେ ରଖି କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ ହେଉଥିବା ଶବ ସତ୍କାର ପାଇଁ ଶନିବାର ଦିନ ପ୍ରଶାସନ ପକ୍ଷରୁ ନୂତନ ଜମି ଭାବେ କଲେଜ ପଡିଆ ନିକଟରେ ଥିବା ଜମିକୁ ଚିହ୍ନଟ କରାଯାଇଛି । ଜମି ଚିହ୍ନଟ ସମୟରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସମେତ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଳିକ,ଥାନା ଅଧିକାରୀ କୌଶିକ ମାଝୀ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ୍, ସରପଞ୍ଚ ରାଧାକାନ୍ତ ପ୍ରଧାନ, ସମିତି ସଭ୍ୟ ରାଜେନ୍ଦ୍ର ସାହୁ,ରାଜସ୍ୱ ନିରୀକ୍ଷକ କେଦାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.